ଜିଲ୍ଲା ମୋହରିର ସଂଘର ଧାରଣା ଛଅଦିନରେ

by livenewstv
0 comments

ବାଲେଶ୍ଵର ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଅନିୟମିତତା କାର୍ଯ୍ୟ ବିରୁଦ୍ଧରେ ଆଜି ବାଲେଶ୍ଵର ଜିଲ୍ଲା ମୋହରିର ସଂଘର ଧାରଣା ଛଅଦିନରେ ପହଞ୍ଚିଛି। ରାଜ୍ୟସରକାରଙ୍କ କୌଣସି ଲିଖିତ ନିର୍ଦ୍ଦେଶ ନଥିବା ସ୍ଥଳେ ଜିଲ୍ଲା ସବରେଜିଷ୍ଟ୍ରାର ମନମୁଖୀ ଭାବେ ବିଭିନ୍ନ ପ୍ରକାର ଦଲିଲକୁ ଗ୍ରହଣ କରୁନାହାନ୍ତି। ଦଲିଲକୁ ଗ୍ରହଣ ନକରି ଫେରାଇ ଦେଉଥିବାରୁ ଜନସାଧାରଣ ଅତିଷ୍ଠ ହୋଇଥିଲେ। ଅତ୍ୟଧିକ ଅତିଷ୍ଟ ହୋଇ ଜିଲ୍ଲା ସବରେଜିଷ୍ଟ୍ରାରଙ୍କୁ ଲିଖିତ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ମୋହରିର ସଂଘକୁ ଘଟଣା ବିଷୟରେ ଜଣାଇଥିଲେ। ଘଟଣା ଶୁଣିବା କ୍ଷଣି ମୋହରିର ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ କରି ସଂଘ ଗତ ସାତ ତାରିଖ ଦିନ ଏକ ବୈଠକ କରି ଏଗାର ତାରିଖ ଦିନ ଠାରୁ ଆଜିପର୍ଯ୍ୟନ୍ତ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଜିଲ୍ଲା ସବରେଜିଷ୍ଟ୍ରାର ଦାବି ମାନି ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଦଲିଲ ଲେଖିବା ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ମୋହରିର ସଂଘ ଚେତାବନୀ ଦେଇଛି।

You may also like

© Copyright Live News TV 2025. All rights reserved.

Designed and Developed by Web Odisha