356
ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଦୀର୍ଘ ଦିନ ଧରି ନିର୍ମାଣ ହୋଇ ରହିଥିବା ଶହୀଦ ସ୍ମୃତି ପାଠାଗାର ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଯାଇଛି। ପାଠାଗାରର ନାମକୁ ନେଇ ବିବାଦ ଦେଖା ଦେବାରୁ ଦୀର୍ଘଦିନ ପର୍ଯ୍ୟନ୍ତ ଉଦଘାଟନ ନହୋଇ ପଡି ରହିଥିଲା । ଏହି ପାଠାଗାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟ ଆରମ୍ଭ କରିଥିବା ବେଳେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସମୟରେ ନିର୍ମାଣ କାର୍ଯ୍ଯ ଶେଷ ହୋଇ ଥିଲା । ତେବେ ପୌରପାଳିକା ପକ୍ଷରୁ ପୁସ୍ତକ ଯୋଗାଇ ଦେବା ପରେ ସ୍ବାଧୀନତା ଦିବସରେ ଶହୀଦ ପାଠାଗାର ନାମରେ ନାମିତ କରି ବିଧାୟକ ଅଶୋକ କୁମାର ଦାସ, ପୌରପାଳିକାର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ କୁମାର ବାରିକ ଓ E O ସୁଧାଂଶୁ ମୋହନ ସ୍ବାଇଁ ଯୋଗ ଦେଇ ଏହି ପାଠାଗାରଟିକୁ ଲୋକାର୍ପିତ କରିଥିଲେ ।
You Might Be Interested In