ଆତ୍ମହତ୍ୟା ସମାଧାନର ବିକଳ୍ପ ନୁହେଁ, ନିଷ୍ପତ୍ତି ନେବା ପୂର୍ବରୁ ଦୁଇଥର ଭାବନ୍ତୁ : ମଦର

by livenewstv
0 comments

ଭୁବନେଶ୍ୱର : ଆତ୍ମହତ୍ୟା କେବେ ମଧ୍ୟ ଏକ ସମାଧାନ ନୁହେଁ | ଜୀବନ ଦୁର୍ଲଭ, ଏହାକୁ ପୂର୍ଣ୍ଣତାର ସହ ବଞ୍ଚନ୍ତୁ | ଆସନ୍ତୁ ଥରେ କଥା ହେବା | ଏଭଳି କିଛି ନିଆରା ସଚେତନତାର ବାର୍ତ୍ତା ନେଇ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ଏକ ସ୍ୱତନ୍ତ୍ର ଜଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି | ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇ କହିଥିଲେ କି, ଆତ୍ମହତ୍ୟା କେବେ ମଧ୍ୟ ଏକ ସମାଧାନ ନୁହେଁ। ଏହା ଏକ ସ୍ଥାୟୀ କାର୍ଯ୍ୟ ଯାହା ଏକ ଅସ୍ଥାୟୀ ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରହଣ କରାଯାଏ, ଏବଂ ଏହା ଆପଣଙ୍କୁ ଆପଣଙ୍କର ଯନ୍ତ୍ରଣା ଏବଂ ଦୁଃଖରୁ ମୁକ୍ତ କରିବ ବୋଲି ଭ୍ରମ ସୃଷ୍ଟି କରେ। କିନ୍ତୁ ବାସ୍ତବତା ହେଉଛି ଏହା କେବଳ ଆପଣଙ୍କର ଯନ୍ତ୍ରଣାକୁ ଶେଷ କରେ ନାହିଁ, ଏହା ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ ଏକ ଗଭୀର ଶୂନ୍ୟତା ଏବଂ ଦୁଃଖ ଛାଡିଦେଇଥାଏ, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଯଦି ଆପଣ ବା ଆପଣଙ୍କ ଜଣେ ପରିଚିତ ମନସ୍ତାପ ଏବଂ ନିରାଶାରେ ଅଛନ୍ତି, ତେବେ ଦୟାକରି ନିଃସଙ୍କୋଚ ଭାବେ ସାହାଯ୍ୟ ନେବା ପାଇଁ କହିବା ଜରୁରୀ ବୋଲି କହିଛନ୍ତି ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ |

ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଦାସ ସମସ୍ତ ଜନସାଧାରଣଙ୍କୁ ନିବେଦନ କରି କହିଥିଲେ କି, ଆତ୍ମହତ୍ୟା ଭଳି ଭାବନା ମନକୁ ଆସିବା କିମ୍ବା ଏହିପରି ଅନୁଭବ କରିବା ସ୍ୱାଭାବିକ, କିନ୍ତୁ ଏଥିପାଇଁ ସାହାଯ୍ୟ ଉପଲବ୍ଧ ଅଛି ବୋଲି ଜାଣିରଖିବା କଥା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, କାଉନସେଲର, ବିଶ୍ୱସ୍ତ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସହିତ କଥା ହେଲେ ଅନେକ ସମୟରେ ଆଶା ଏବଂ ସମାଧାନ ମିଳିଥାଏ। ତେଣୁ କିଛି ଜଗତେ ନିଷ୍ପତ୍ତି ନିବେ ପୂର୍ବରୁ ଅନ୍ତତଃ ଦୁଇଥର ଭାବିବାକୁ ସେ ନିବେଦନ କରିଥିଲେ |

ଆଗାମୀ ଦିନରେ ମଦର ପକ୍ଷରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏବିଷୟରେ ସଚେତନ କରାଯିବ | ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ପରିପକ୍ଵତା ବୃଦ୍ଧି ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଥିଲେ |

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ମାନେ ସାମ୍ପ୍ରତିକ ସମୟରେ ବଢୁଥିବା ଆତ୍ମହତ୍ୟା ପ୍ରବଣତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ | ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଆତ୍ମହତ୍ୟାର ଖବର ଶୁଣିବାକୁ ମିଳୁଛି, ଯାହା ଏକ ସୁସ୍ଥ ସମାଜର ଲକ୍ଷଣ ନୁହେଁ | ଯଦି ଆପଣ ଜଣେ ବନ୍ଧୁ କିମ୍ବା ପରିବାର ସଦସ୍ୟ ଭାବରେ ସନ୍ଦେହ କରୁଛନ୍ତି ଯେ କୌଣସି ବ୍ୟକ୍ତି ସଙ୍କଟାପନ୍ନ, ତାଙ୍କ ସହିତ ଖୋଲା ଏବଂ ବିଚାରପୂର୍ଣ୍ଣ ଭାବରେ କଥା ହେବାକୁ ପଛାନ୍ତୁ ନାହିଁ। ତାଙ୍କ କଥା ଶୁଣନ୍ତୁ, ତାଙ୍କୁ ନ୍ୟାୟ ଦିଅନ୍ତୁ, ଏବଂ ସେମାନଙ୍କୁ ପେସାଦାର ସାହାଯ୍ୟ ପାଇବାରେ ସହାୟତା କରନ୍ତୁ ବୋଲି ଉପସ୍ଥିତ ଥିବା ପ୍ରଶାନ୍ତ ରାଉତରାୟ, ଦିପ୍ତୀଶ୍ରୀ ନାୟକ, ନବକାନ୍ତି ମାଝି, ମଣ୍ଟୁ ମଲ୍ଲିକ, ପୁରବୀ ଶତପଥୀ, ରବି ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ |

You may also like

© Copyright Live News TV 2025. All rights reserved.

Designed and Developed by Web Odisha