289
ଆଜି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ। ଏହି ଜନ୍ମାଷ୍ଟମୀ ଉତ୍ସବ ପାଇଁ ଗାଆଁଠୁ ସହର ପୁରଠୁ ପଲ୍ଲୀ ସବୁଠି ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଏକ ପ୍ରକାରର ଭିଡ଼ ଲାଗିଛି। ସକାଳୁ ସକାଳୁ ଉଠି ମହିଳା ଓ ପୁରୁଷ ଲୋକ ମାନେ ସବୁ ନିତ୍ୟକର୍ମ ସାରି ସଜବାଜ ହୋଇ ମନ୍ଦିରକୁ ଯାଇଥାନ୍ତି। ବାଲେଶ୍ବରରେ ମଧ୍ୟ ଏହି ଜନ୍ମାଷ୍ଟମୀ ପର୍ବକୁ ବହୁତ୍ ଧୁମ୍ ଧାମରେ ପାଳନ କରାଯାଇଛି। ସକାଳୁ ସକାଳୁ ସହରର ସବୁ ରାଧାକୃଷ୍ଣ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବା ପାଇଁ ମିଳିଥିଲା। ସହରର ରାଧାକୃଷ୍ଣ ମନ୍ଦିରରେ ଲୋକ ମାନେ ପରିବାରର ମଙ୍ଗଳ କାମନା କରି ଧୂପ ଦୀପ ସବୁ ଠାକୁରଙ୍କ ନିକଟରେ ଅର୍ପଣ କରିଥିଲେ। ଆହୁରି ମଧ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଲୋକମାନଙ୍କ ମନୋରଞ୍ଜନ ପାଇଁ ମନ୍ଦିର ବାହାର ବିଭିନ୍ନ ପ୍ରକାର ମୂର୍ତ୍ତିକୁ ସୁସଜ୍ଜିତ କରି ରଖାଯାଇଥିଲା।