ହଟିଲା ଅନ୍ଧକାର । ହେଲା ଉଜ୍ବଳ । ବାସୁଦେବପୁର ପୌରପାଳିକା ଅଧିନ ଗୁଆଗାଁ ସୁଲୁପାଟ ଠାରୁ ମାତାଜୀମଠ ପର୍ଯ୍ୟନ୍ତ ରାସ୍ତାକୁ ଆଲୋକିକରଣ କରାଯାଇଛି । ଦୀର୍ଘ ଦିନର ଦାବି ପରେ ଗତକାଲି ଏହା ସଫଳ ହୋଇଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହରାଞ୍ଚଳ ଆଲୋକିକରଣ ଯୋଜନାରେ ବାସୁଦେବପୁର ପୌରପାଳିକାକୁ ୭ କୋଟି ଟଙ୍କା ଯୋଗାଇ ଦେଇ ଥିଲେ । ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉଦ୍ୟମରେ ଯୋଜନା ପୂର୍ଣ୍ଣାଙ୍ଗ କରିବା ଉଦ୍ୟମ ସତ୍ୱେ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁ ଅଟକି ରହିଥିଲା I ପୌରପାଳିକାର ଅଧ୍ଯକ୍ଷା ନିବେଦିତା ବେହେରାଙ୍କ ପ୍ରଚେଷ୍ଟାରେ ଦେଢ ବର୍ଷ ପରେ ଆଲୋକିତ ହୋଇଛି । ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ପୌରପାଳିକାର ଅଧ୍ଯକ୍ଷା ନିବେଦିତା ବେହେରା, କାର୍ଯୟନିର୍ବାହୀ ସୁଧାଂଶୁ ମୋହନ ସ୍ୱାଇଁ, ଶୁଭେନ୍ଦୁ କୁମାର ବେହେରା ଆନୁଷ୍ଠାନିକ ଭାବେ ଯୋଗ ଦେଇ ସୁଇଚ୍ ଟିପି ଶୁଭାରମ୍ଭ କରିଥିଲେ ।
ଏଥିରେ ବିଭିନ୍ନ ୱାର୍ଡ ର ପରିଷଦ ବର୍ଗ ଯୋଗ ଦେଇଥିଲେ । ଆଗାମୀ ଦିନରେ ଜାମୁଝାଡି ବାସୁଦେବପୁର ରାସ୍ତାର ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଆଲୋକିକରଣ କରାଯିବ ବୋଲି କାର୍ଯ୍ୟନିବାହୀ ଅଧିକାରି କହିଛର । ଏହି କାର୍ଯ୍ୟକ୍ରମ ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ ଶେଷ ହେବ ।
250
previous post