ଦୃବୁର୍ତ୍ତ ମାନଙ୍କ ଆକ୍ରମଣରେ ବିଜେପିର ନାରୀନେତ୍ରୀଙ୍କ ସହ ସୂଚନା ଅଧିକାରୀ କର୍ମୀ ଓ ତାଙ୍କ ସହଯୋଗୀ ଗୁରୁତର । ଗୁରୁତର 3 ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀର ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦିକା ମାଳତୀ ଲତା ସାହୁଙ୍କ ଘର । ସେ ଗତକାଲି ସନ୍ଧ୍ୟା ସମୟରେ ବଜାରରୁ ତାଙ୍କ ସହଯୋଗୀଙ୍କ ସହିତ ଫେରୁଥିବା ବେଳେ ପୋଲିସ ଉପସ୍ଥିତିରେ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣରେ ବିଜେପିର ନାରୀନେତ୍ରୀ ମାଳତୀଙ୍କ ସହିତ ସହଯୋଗୀ ଓ ସୂଚନା ଅଧିକାରୀ କର୍ମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ I ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ପରେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡ଼ିକାଲ ତରଫରୁ କୁହାଯାଇଛି I ସେହି ଅଞ୍ଚଳରେ ମଧ୍ୟ ପୂର୍ବରୁ ଏହି ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ ହୋଇଥିଲା I ବାରମ୍ବାର ଏହି ଅଞ୍ଚଳରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହେଉଛି ବୋଲି ଆହତମାନେ ଅଭିଯୋଗ କରିଛନ୍ତି I ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ I ଅଭିଯୋଗ ପରେ ପୋଲିସ ତଦନ୍ତ କରାଯାଇ ଦୋଷୀ ମାନଙ୍କୁ ଗିରଫ କରାଯିବ ବୋଲ ପୋଲିସ ପକ୍ଷରୁ ସୂଚନା ମିଳିଛି I
256
previous post