ନାବାଳିକା ଅପହରଣ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ଛାଟ । ନିଲମ୍ବନ ହେଲେ ଧାମନଗର ଥାନାର ASI ନେପାଳ ସାହା

by livenewstv
0 comments

ନାବାଳିକା ଅପହରଣ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ଛାଟ । ନିଲମ୍ବନ ହେଲେ ଧାମନଗର ଥାନାର ASI ନେପାଳ ସାହା ।

ଆସିଲା ପୋଲିସ ବାବୁଙ୍କ ଦାୟିତ୍ବହୀନ କାର୍ଯ୍ୟ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟ ା ନିଲମ୍ବନ ହେଲେ ଏଏସ୍‌ଆଇ ନେପାଳ ସାହା  । ଅଗଷ୍ଟ ୫ ତାରିଖରେ ଉଚ୍ଚ ନ୍ୟାୟଳୟ ଏହି ଅପହରଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ଏହାସହ ଅମାନବୀୟ କାର୍ଯ୍ୟ ପାଇଁ ପ୍ରତ୍ୟେକ୍ଷ ଭାବେ ହାଜର ହେବା ଲାଗି ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୧ ତାରିଖରେ କୋର୍ଟରେ ହାଜର ହେବା ଲାଗି ଧାମନଗର ଥାନାର ଏଏସ୍ଆଇ ନେପାଳ ଶାହ, ଆଇଆଇସି ଗୋପାଳକୃଷ୍ଣ ଜେନା ଓ ଏମାନଙ୍କ ଉପରିସ୍ଥ ଅଧିକାରୀ ଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କୁ କୁହାଯାଇଥିଲା। ଗତ ଜୁନ୍ ମାସ ୨୫ ତାରିଖରେ ଧାମନଗର ଥାନାରେ କେଶ୍ ନମ୍ବର ୨୨୫ରେ ରୁଜୁ ହୋଇଥିବା ନାବାଳିକା ଅପହରଣ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ଏମ୍. ଆର. ପାଠକ ଏହି ନିର୍ଦ୍ଦେଶ ଦେଇଥିଲେ। ଧାମନଗର ଥାନା କାଙ୍କରା ଅଞ୍ଚଳର ଜଣେ ନାବାଳିକାକୁ ଧାମନଗର ଏନ୍ଏସି ତାଳପଦା ଅଞ୍ଚଳର ଯୁବକ ରାଜେଶ ଯେନା ଗତ ଜୁନ ମାସ 17 ତାରିଖରେ ରାତିରେ ଅପହରଣ କରି ନେଇଥିଲେ। ଏନେଇ ନାବାଳିକାଙ୍କ ବାପା ମାଆ ୧୮ ତାରିଖରେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁକରି ଚୁପ୍ ବସି ଯାଇଥିଲା। ବାରମ୍ବାର ଥାନାକୁ ଦୌଡ଼ୁଥିଲେ ବି, ତଦନ୍ତ କରୁଛୁ କହି ମାମଲାର ତଦନ୍ତକାରୀ ଅଧିକାରୀ ନେପାଳ ସାହା ନିଖୋଜ ନାବାଳିକାଙ୍କ ବାପା, ମା’ଙ୍କୁ ବିଦା କରି ଦେଉଥିଲେ। ପରେ ନାବାଳିକାଙ୍କ ବାପା ମାଆ ଜିଦ୍ ଧରିବାରୁ ଏଏସ୍‌ଆଇ ନେପାଳ ସାହା ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ଦେବାପରେ ଝିଅକୁ ଉଦ୍ଧାର କରିବୁ ବୋଲି ସଫା ସଫା କହି ଦେଇଥିଲେ। ପୋଲିସ ପାଖରୁ ନିରାଶ ହୋଇ ନାବାଳିକାଙ୍କ ବାପା ଉଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ। ଘଟଣାକୁ ଗୁରୁତର ସହ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହାସହ ପ୍ରତ୍ୟେକ୍ଷ ହାଜର ହେବା ଲାଗି ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୮ ତାରିଖ ହାଇକୋର୍ଟଙ୍କ ଛାଟ ପରେ ASI ନେପାଳ ଶାହାଙ୍କୁ ନିଲମ୍ବନ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଅଭିଯୁକ୍ତ ରାଜେଶ ଜେନାଙ୍କ ବାପା, ମାଆ, ଭଉଣୀ ଓ ସଂପର୍କୀୟଙ୍କୁ ଥାନାକୁ ଆଣି ପଚରା ଉଚରା କରିଛି । ଗତ ୧୧ ତାରିଖ ରାତିରେ କେନ୍ଦୁଝରରୁ ନିଖୋଜ ଯୁବତୀକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଦିଆଯାଇଛି।

You may also like

© Copyright Live News TV 2025. All rights reserved.

Designed and Developed by Web Odisha