207
ପୋଲିସ୍ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ଯମ କଲେ ପରିବାର ସଦସ୍ୟ । ବିବାଦୀୟ ରାସ୍ତାକୁ ନେଇ ଗୋଟିଏ ପରିବାରର ଦୁଇ ଜଣ ଆତ୍ମାହୁତି ଉଦ୍ୟମ କରିଥିଲେ। ସମ୍ପର୍କରେ ଦୁଇଜଣ ଦିଅର ଓ ଭାଉଜ ହେଇଥିବା ଜଣାପଡିଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ନୂତିପାଟଣା ଗାଁରେ ଚମ୍ପାବତି ପଣ୍ଡା ଓ ମାନସ ପାଣିଗ୍ରାହୀଙ୍କ ପରିବାର ମଧ୍ୟରେ ରାସ୍ତାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା | ନ୍ୟାୟାଳୟ ଏହି ରାସ୍ତାରେ ଷ୍ଟାଟସ୍କୋ ଲଗାଇଥିଲେ । ଚମ୍ପାବତୀ ଜିଲ୍ଲା ପ୍ରଶାସନକୁ ଗୁହାରି କରିବାରୁ ତାଙ୍କୁ ଘରୁ ବାହାରକୁ ବାହାର ହେବାପାଇଁ ପ୍ରଶାସନ ରାସ୍ତା ମରାମତି କରିବାକୁ ପୋଲିସ ଟିମ୍ ସହିତ ପହଞ୍ଚିଥିଲା । ପୋଲିସ ଉପସ୍ଥିତିରେ ମାନସ ପାଣିଗ୍ରାହୀଙ୍କ ପରିବାର ସଦସ୍ୟ ନିଜ ଉପରେ ପେଟ୍ରୋଲ ଢାଳି ଦେଇଥିଲେ । ପୋଲିସ ତୁରନ୍ତ ଦୁଇଜଣଙ୍କୁ ଉଦ୍ଧାରକରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
You Might Be Interested In