265
ସାରାଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବାଲେଶ୍ବରରେ ମଧ୍ଯ ଅଗଷ୍ଟ ପନ୍ଦର ବହୁତ୍ ଧୁମ୍ ଧାମରେ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। ଏହି ମ୍ୟାଚକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏଥିରେ ଆଡମିନଷ୍ଟେସନ 11 ଓ ମିଡିଆ 11 ଏହି ଦୁଇଟି ଟିମ ଅଂଶଗ୍ରହଣ କରିଥିଲେ | ପ୍ରଥମେ ମିଡିଆ 11 ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ଏକ୍ଜିଷ୍ଟ୍ରେସନ୍ 11 ବୋଲିଂ କରିଥିଲେ। ମ୍ୟାଚରେ ମିଡିଆ 11 ୪୯ ରନ କରିଥିବା ବେଳେ ଏକ୍ଜିଷ୍ଟ୍ରେସନ୍ 11 ୫୦ରୁ ଅଧିକ ରନ୍ କରି ବିଜୟ ହାସଲ କରିଥିଲା I ଆହୁରି ମଧ୍ୟ ମହିଳା ମାନଙ୍କୁ ନେଇ ମ୍ୟୁଜିକ ଚେୟାରର କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଶେଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ପୁରସ୍କାର ବିତରଣ କରାଯାଇଥିଲା ।