ବାରିପଦା: ହକି ଏସୋସିଏସନ ଅଫ ଓଡିଶା ଆନୁକୂଲ୍ୟରେ ରାଉରକେଲା ଠାରେ ଅନୁଷ୍ଠିତ ଚତୁର୍ଥ ରାଜ୍ୟସ୍ତରୀୟ ସବ-ଜୁନିୟର ବାଳିକା ହକି ଚମ୍ପିୟାନସିପରେ ମୟୁରଭଞ୍ଜ ଟିମ୍ ବଡ଼ ସଫଳତା ହାସଲ କରିଛି। ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ମୟୁରଭଞ୍ଜ ଦଳ ଶକ୍ତିଶାଳୀ ନୟାଗଡକୁ 9-0 ଏବଂ ଅନୁଗୁଳକୁ 2-0 ଗୋଲରେ ପରାସ୍ତ କରି କ୍ବାଟର ଫାଇନାଲରେ ପ୍ରବେଶ କରିଛି। ଏହି ସଫଳତା ପରେ ମୟୁରଭଞ୍ଜ ଦଳ ଜାତୀୟ ସ୍ତରରେ ଖେଲୋ ଇଣ୍ଡିଆ ହକି ଚମ୍ପିୟାନସିପରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଜଣାଇଛନ୍ତି। ପ୍ରକାଶ ଥାଉକି ମୋରଡା ବ୍ଲକ ସ୍ଥିତ ଚଢେଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତୃଣମୂଳ ସ୍ତରରେ କୁନି କୁନି ହକି ଖେଳାଳୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞ ହକି ପ୍ରଶିକ୍ଷକଙ୍କ ଦ୍ବାରା ତାଲିମ ଦିଆଯାଉଛି। ମୟୂରଭଞ୍ଜ ଟିମ୍ର ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ବିଭାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମଚାରୀ ତଥା ବିଭିନ୍ନ ମହଲରୁ ଦଳକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ ପାଇଁ ଶୁଭକାମନା ଜଣାଇଛନ୍ତି।
364
previous post