ନାରୀ ସୁରକ୍ଷାକୁ ନେଇ ଘାରିଛି ଚିନ୍ତା

by livenewstv
0 comments

ବାସୁଦେବପୁର: ଓଡ଼ିଶାରେ ନାରୀ ସୁରକ୍ଷାକୁ ନେଇ ସମସ୍ତଙ୍କୁ ଘାରିଛି ଚିନ୍ତା । ପ୍ରତିଦିନ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆତ୍ମହତ୍ୟା ରୋକିବାକୁ ଆରକ୍ଷୀ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବାସୁଦେବପୁର ଅଟକ ବିହାରୀ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ସଭାରେ ଅଟଳ ବିହାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଚିନ୍ମୟୀ ସେନାପତି ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେସମାଜିକ କର୍ମୀ ମମତା ଜେନା, ଭଦ୍ରକ ସଦର SDPO ବିଚିତ୍ରାନନ୍ଦ ସେଠୀ, ଆଇନଜୀବୀ ନିରୋଦ କୁମାର ଦାଶ, ବାସୁଦେବପୁର IIC ଲୋପାମୁଦ୍ରା ନାୟକ ଓ ଅଧ୍ୟାପିକା ସୁଜାତା ମହାପାତ୍ର ଦେଇଥିଲେ । ଯେଉଁଠି ସମସ୍ୟା ଅଛି ସେଠାରେ ସମାଧାନ ରହିଛି । ଜ୍ଞାନ ମୁକ୍ତିର ମାର୍ଗ ଦେଖାଇ ଥାଏ । ଜୀବନର ମାନେ ନୁହଁ ଆତ୍ମହତ୍ୟା। ଖରାପ ସମୟରେ ଅନ୍ୟମାନଙ୍କ ସହିତ ନିଜର ଗୋପନୀୟ କଥା ସେୟାର କର ।
ସମସ୍ୟା ଥିଲେ ସମାଧାନ ଅଛି । ମାନସିକ ଭାରସାମ୍ୟ ହରାଇ ଯୁବକ ଯୁବତୀମାନେ ଆତ୍ମହତ୍ୟା କରୁଛନ୍ତି । ଆତ୍ମହତ୍ୟା କିମ୍ବା ଆତ୍ମଦାହ ସମାଧାନର ବାଟ ନୁହେଁ । ସଂଗ୍ରାମ ହିଁ ଜୀବନ ବୋଲି ବକ୍ତାମାନେ କହିଥିଲେ ।

You may also like

© Copyright Live News TV 2025. All rights reserved.

Designed and Developed by Web Odisha