293
ବାଲେଶ୍ବର: ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ 68ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବାଲେଶ୍ଵର ଶୋଭାରାମପୁର ନୂତନ ଓଭରବ୍ରିଜ୍ ନିକଟରେ ଥିବା ସ୍ବର୍ଗତ ବିଧାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ମାନସ କୁମାର ଦତ୍ତ ମାଲ୍ୟାର୍ପଣ କରିଥିଲେ।
ପୂର୍ବତନ ବିଧାୟକଙ୍କ ଏହି ଜନ୍ମ ଜୟନ୍ତୀ ଅବସରରେ ସହରରେ ବିଭିନ୍ନ ସ୍କୁଲ ମାନଙ୍କରେ ସାମାଜିକ କାର୍ଯ୍ୟ କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ସଦର ବିଧାୟକ ମାନସ ଦତ୍ତ ।