ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଥିବା ରେଡ଼ିଓ ଷ୍ଟେସନ ରେ କାର୍ଯ୍ୟରତ ଜନୈକ ଟେକନିସିଆନ ଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ରେଡ଼ିଓ ଷ୍ଟେସନ ରେ କାର୍ଯ୍ୟରତ ଟେକନିସିଆନ ପ୍ରଦୀପ ମହାଳିକ ଙ୍କ କ୍ଷେତ୍ରପାଟଣା ସ୍ଥିତ ଘରେ ଏକ ଝିଅ ଦୀର୍ଘ ୩ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ଧରି ରହି ବିଭିନ୍ନ ପ୍ରକାରର ଘରକାମ କରୁଥିବା ବେଳେ ରାତିରେ ଶୋଇଥିବା ସମୟରେ ତା ପ୍ରତି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପିଡିତା। ଘର ମାଲିକଙ୍କ ଅସଦାଚରଣ ର ଶିକାରରେ ଅତିଷ୍ଠ ହୋଇ ସେ ଗତ ୧୨ ତାରିଖ ଦିନ ଘରଛାଡି ଏକୁଟିଆ ମୋରଡା ଠାରେ ଥିବା ନିଜ ଘରକୁ ପଳାଇ ଯାଇଥିଲ।। ସେଠାରେ ପରିବାର ଲୋକ ଜାଣିବା ପରେ ମୋରଡା ପୋଲିସ ର ପରାମର୍ଶକ୍ରମେ ବାରିପଦା ଭଞପୁର ଥାନା ରେ ପିଡିତା ଙ୍କ ବାପା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଭଞପୁର ଥାନା ରେ ୨୩୭/୨୫ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଭଞପୁର ଥାନା ଅଧିକାରୀ କହିଛନ୍ତି। ମାତ୍ର ଏହି ଘଟଣା ନେଇ ପିଡିତା ଙ୍କ ବାପା ଅଭିଯୋଗ କରିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସୂଚ଼ନା ମିଳିଛି । ଏନେଇ ପୋଲିସ ପୀଡ଼ିତାଙ୍କୁ ନ୍ୟାୟ ଦେବ କି ଅଭିଯୁକ୍ତ ଙ୍କ ସପକ୍ଷରେ ଯିବ ସେନେଇ ଚର୍ଚ୍ଚା ଜୋର ଧରିଛି ।
393
previous post