ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର +3 ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ଆତ୍ମହତ୍ୟା । କଲେଜ ଠାରୁ କିଛି ଦୂରରେ ଥିବା ଏକ ଘରୋଇ ମହିଳା ମେସରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତ ଛାତ୍ରୀ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ଗ୍ରାମର ପୁଷ୍ପା ରାଣୀ ମଲ୍ଲିକ । ପୁଷ୍ଠା ଗତ ମାସେ ହେଲା ଘରୋଇ ମେସରେ ରହି ଭଦ୍ରକ କଲେଜରେ ପାଠ ପଢୁଥିଲେ । ହଠାତ ମଙ୍ଗବାର ମଧ୍ୟାହ୍ନ ସମୟରେ ବେକରେ ଆପ୍ରୋନ ଲଗାଇ ବାଥରୁମ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଇଛି । ଏହି ଖବର ମେସରେ ଥିବା ଛାତ୍ରୀମାନେ ମେସ ମାଲିକଙ୍କୁ ଖବର ଦେବା ପରେ ମେସ ମାଲିକ ପୋଲିସକୁ ସୂଚନା ଦେଇଥିଲେ । ଭଦ୍ରକ ଟାଉନ ପୋଲିସ ଏବଂ ଏସପି ମନୋଜ ରାଉତ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଖବର ପାଇ ମୃତ ଛାତ୍ରୀଙ୍କ ବାପା ଓ ମାଆ ମେସ୍ରେ ପହଞ୍ଚିଛନ୍ତି । ପୋଲିସ ସେମାନଙ୍କୁ ପଚରା ଉଚରା କରିବା ସହିତ ଲେଡିସ ମେସରେ ଥିବା ଅନ୍ୟ ଛାତ୍ରୀ ମାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିଛି । ଏପରିକି ମେସରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରିଛନ୍ତି । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ସବୁ ଦିଗକୁ ଦେଖି ତଦନ୍ତ କରାଯିବ ବୋଲି ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।
227
previous post