ବାଲେଶ୍ଵରରେ ଟିଭିଏସ୍ କମ୍ପାନୀର ନୂତନ ସୋ’ରୁମ୍ ‘ସାଇ ଅନଙ୍ଗ ଅଟୋମୋବାଇଲ୍ସ୍’ ଉଦ୍ଘାଟିତ ହୋଇଯାଇଛି। ସୋ’ରୁମ୍ ଟି ତାମୁଳିଆ ଓଭର୍ ବ୍ରିଜ୍ ନିକଟରେ ଖୋଲିଛି। ଟିଭିଏସ୍ ମୋଟୋର୍ସର ଇଷ୍ଟର୍ଣ୍ଣ୍ ଜୋନ ରିଜିଓନାଲ ସର୍ଭିସ୍ ମ୍ୟାନେଜର ସମୀର କୁମାର୍ ସିଂହ ଉଦ୍ଘାଟନ କରିଥିଲେ। ସୋ ରୁମ୍ ର ପରିଚାଳନା ନିର୍ଦ୍ଦେଶକ ଡ. ଲକ୍ଷ୍ମୀନାରାୟଣ ମହାନ୍ତି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଉଦ୍ଘାଟନୀ ଉସବରେ ସଦର ବିଧାୟକ ମାନସ କୁମାର ଦତ୍ତ , ପୂର୍ବତନ ବିଧାୟକ ସ୍ୱରୂପ କୁମାର୍ ଦାସ , ଡାକ୍ତର ଜ୍ଞାନରଞ୍ଜନ ବେହେରା , ରେମୁଣା ବ୍ଲକ୍ ଅଧକ୍ଷ ରାଜେନ୍ଦ୍ର ରାଉତ୍ , ବାଲେଶ୍ଵର ପୌରାଧକ୍ଷା ସବିତା ସାହୁ , ବ୍ରିଟର ପୂର୍ବତନ ଅଧକ୍ଷ ଆଲୋକ ସାହୁ , ବିଶିଷ୍ଟ ଶିଳ୍ପପତି ସଞ୍ଜୟ କୁମାର ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ କୋଡ଼ିଏ ଜଣ ଗ୍ରାହକଙ୍କୁ ନୂତନ ଗାଡ଼ିର ଚାବି ପ୍ରଦାନ କରାଯାଇଥିଲା। ପୂର୍ବରୁ ଗାଡ଼ି କିଣିସାରିଥିବା ଗ୍ରାହକମାନଙ୍କ ପାଇଁ ଲକି କୁପନ୍ ର ବ୍ୟବସ୍ଥା କରାଯାଇଥିଲା। ଲକି ଡ୍ର କରାଯାଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ବିଜେତା ଭାବେ ଦେବେନ୍ଦ୍ର କୁମାର ବେହେରାଙ୍କୁ ବିଦେଶ ଭ୍ରମଣ ପାଇଁ ଓ ଦ୍ୱିତୀୟ ବିଜେତାଙ୍କୁ କେରଳ ବୁଲିଯିବା ପାଇଁ ସୋ-ରୁମ୍ ପକ୍ଷରୁ ଟିକେଟ ପ୍ରଦାନ କରାଯାଇଥିଲା।
265
previous post