282
ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚୂଡ଼ାମଣି ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୫ କୋଟି ୬ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ରାସ୍ତାକୁ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଶିଳାନ୍ୟାସ କରିଥିଲେ। ବିନାୟକପୁର ପଞ୍ଚାୟତର ଚାରି ଛକ ଠାରୁ ନୂଆନଇ ଭାୟା, ଗମେଇଘାଟ ରାସ୍ତା ନିର୍ମାଣ ପାଇଁ ୧୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ବିନାୟକପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ଗ୍ରାମ ଉନ୍ନୟନ ବିଭାଗର ଅଧିକାରୀ ଉପସ୍ଥିତି ଥିଲେ ।