ମୟୂରଭଞ୍ଜରେ ଅମଲା ସଂଘର ଧାରଣା

by livenewstv
0 comments

ରାଜ୍ୟ ଅମଲାସଂଘ ଡାକରାରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅମଲା ସଂଘ ପକ୍ଷରୁ ଧାରଣା କାର୍ଯ୍ୟକ୍ରମ ଜାରି ରହିଛି। ଗତ ୪ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୫ଶହ ରୁ ଉର୍ଦ୍ଧ୍ବ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହୋଇ ଥିବାରୁ ସମଗ୍ର ଜିଲ୍ଲା ରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି। କ୍ୟାଡ଼ର ପୁନର୍ଗଠନ ସହିତ ସେମାନଙ୍କ ହକ ପ୍ରାପ୍ୟ ଦାବି ରେ କର୍ମଚାରୀମାନେ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣାରେ ବସିଥିବା ବେଳେ ସରକାର ରାଜ୍ୟ ସଂଘ ସହିତ ଆଲୋଚନା କରି ତା’ର ସମାଧାନ କରିବା ପରିବର୍ତ୍ତେ ଖୋଦ ରାଜସ୍ବ ମନ୍ତ୍ରୀଙ୍କର ବୟାନ କୁ ସଂଘ ର କର୍ମକର୍ତ୍ତା ମାନେ ନାପସନ୍ଦ କରିଛନ୍ତି। ଅମଲା ସଂଘ ର ଏହି କାର୍ଯ୍ୟବନ୍ଦ ଫଳରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସରକାରୀ ଅଫିସ ଅଚଳ ହୋଇପଡିବା ସହିତ ଜନସାଧାରଣ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ସରକାର ସଂଘ ର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।

You may also like

© Copyright Live News TV 2025. All rights reserved.

Designed and Developed by Web Odisha