210
ଆରଡ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ନୀତି ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଶୁକ୍ରଵାର ଭୋର ୪ଟା୩୦ରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ଜନ୍ମାଷ୍ଟମୀ ପାଇଁ ମଣ୍ଡପରେ ଶ୍ରୀକୃଷ୍ଣଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥିଲା । ପରେ ଉପବାସଧାରୀ ଭକ୍ତମାନେ ଭୋଗଡାଲା ଲାଗି କରିବା ସହିତ ନିଷ୍ଠା ଏବଂ ଭକ୍ତି ର ସହ ପୂଜାର୍ଚ୍ଚନା କରିଥିଲେ। ତେବେ ଜନ୍ମାଷ୍ଟମୀ ସଂଧ୍ଯାରେ ଏକ ଖଣ୍ଡିକିଆ ହରିବଂଶ ମହାପୁରାଣ ପଠନ କରାଯିବା ସହିତ ମଧ୍ଯରାତ୍ରରେ ଘଣ୍ଟାକିର୍ତ୍ତନ ସହ ଭଗବାନ କୃଷ୍ଣଙ୍କୁ ଏକ ରୌପ୍ଯ ବିମାନରେ ସେବାୟତମାନେ ମଣିବାବାଙ୍କ ମନ୍ଦିରକୁ ଆଣିବେ । ପରେ ସେଠାରେ ଲୁଚି ରହିଥିବା ଉଗ୍ରେସନ ଭଗବାନଙ୍କୁ ବାଟ ଓଗାଳିବା ର ନିଆରା ଦୃଶ୍ଯ ରହିଥାଏ, ଯାହାକୁ ଦେଖିବା ପାଇଁ ମଣିବାବାଙ୍କ ମନ୍ଦିର ପରିସରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ବୋଲି ଶୁଣିବାକୁ ମିଳେ ।